ସୁଭଦ୍ରା ଶକ୍ତି ବଜାର ଏକ ବ୍ୟବସାୟସ୍ଥଳଠାରୁ ବହୁ ଊର୍ଦ୍ଧ୍ୱରେ । ଏହା ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ବହନ କରୁଥିବା ସାମଗ୍ରୀ ପ୍ରସ୍ତୁତିରେ ମହିଳାଙ୍କ କଠିନ ପରିଶ୍ରମର ପ୍ରତିଫଳନ । ଏଠାରେ ଉପଲବ୍ଧ ପ୍ରତ୍ୟେକ ସାମଗ୍ରୀ ପଛରେ ଜଣେ ଦକ୍ଷ ମହିଳା ଉଦ୍ୟୋଗୀ ରହିଛନ୍ତି, ଯିଏକି ଜଣେ ବୁଣାକାର, କାରୀଗର କିମ୍ବା ଜଣେ କୃଷକ ଅଟନ୍ତି । ପିଢି ପରେ ପିଢି ଏହି କଳା କାରିଗରୀକୁ ବଞ୍ଚାଇ ରଖିବା ସହ ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି ।
ଯେତେବେଳେ ଆପଣ ଏଠାରେ ଉପଲବ୍ଧ ସାମଗ୍ରୀ କ୍ରୟ କରିବା ପାଇଁ ଚୟନ କରିଛନ୍ତି, ଆପଣ କ୍ରୟ କରିବା ସହ ଅଧିକ କିଛି କରନ୍ତି । ଆପଣ ମହିଳା ସଶକ୍ତିକରଣ ଆନ୍ଦୋଳନରେ ପାଦ ଦିଅନ୍ତି । ଆପଣ ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁଯାୟୀ ‘ବିକାଶିତ ଭାରତ’ ନିର୍ମାଣର ଅଂଶୀଦାର ହୁଅନ୍ତି । ଏକ ସମୃଦ୍ଧ, ସ୍ୱାବଲମ୍ବୀ ଭାରତ ଗଠନ ଦିଗରେ ଲୋକଙ୍କ ସହଯୋଗ ହେଉଛି ମୂଳ ଉତ୍ସ ।
ପୁରାତନ ଜ୍ଞାନ ଓ ପରମ୍ପରା ଆମକୁ ମନେ ପକାଇ ଦିଏ ଯେ, ବସୁଧୈବ କୁଟୁମ୍ବକମ୍ ଅର୍ଥାତ୍ ସମଗ୍ର ବିଶ୍ୱ ହେଉଛି ଗୋଟିଏ ପରିବାର। ଏହି ମହିଳାମାନଙ୍କ ପ୍ରତିନିଧିତ୍ୱରେ ଉଦ୍ୟୋଗଗୁଡ଼ିକୁ ସମର୍ଥନ କରିବା ଦ୍ୱାରା ସେହି ପରିବାର ଏକତ୍ରିତ ହୋଇଥାଏ। ଏହି ସରଳ ଉଦ୍ଦେଶ୍ୟମୂଳକ କାର୍ଯ୍ୟ ଗ୍ରାମଗୁଡ଼ିକୁ ବିଶ୍ୱ ଦରବାର ସହିତ ସଂଯୋଗ କରିଥାଏ।
ଉପଲବ୍ଧ ଥିବା ପ୍ରତ୍ୟେକ ଉତ୍ପାଦ, ଲେଖାଯାଇଥିବା ପ୍ରତ୍ୟେକ ସମୀକ୍ଷା, ଆଲୋଚନାରେ ବିସ୍ତୃତ ପ୍ରତ୍ୟେକ ଶବ୍ଦ ସେମାନଙ୍କ ସ୍ୱପ୍ନ ପୂରଣରେ ସହଯୋଗ କରିଥାଏ।
"ଯତ୍ର ନାର୍ଯେସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା"
ଅର୍ଥାତ୍ ଯେଉଁଠାରେ ନାରୀ ମାନେ ସମ୍ମାନ ପାଇଥାନ୍ତି, ସେଇଠାରେ ଦେବାଦେବୀ ମାନେ ବାସ କରନ୍ତି ।
ସୁଭଦ୍ରା ଶକ୍ତି ବଜାର ମାଧ୍ୟମରେ ଆପଣ ହିଁ ସେହି ସମ୍ମାନର ମାଧ୍ୟମ ଅଟନ୍ତି । ମହିଳାଙ୍କୁ ସଶକ୍ତ କରିବା। ମହିଳା ଗୋଷ୍ଠୀଙ୍କୁ ସମୃଦ୍ଧ କରିବା । ଏପରି ଏକ ଭବିଷ୍ୟତ ଗଠନ କରିବା ଯେଉଁଠାରେ ପରମ୍ପରା ସ୍ମୃତିରେ ରହି ନଯାଇ ଏକ ପ୍ରଗତିରେ ପରିଣତ ହେବ ।
