ସୁଭଦ୍ରା ଶକ୍ତି ବଜାର ହେଉଛି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଦ୍ୱାରା ବିକଶିତ ଏକ ଇ-କମର୍ସ ପ୍ଲାଟଫର୍ମ । ଏହା ଏକ ବିଶେଷ ବଜାର ଅଟେ, ଯେଉଁଠାରେ ସମଗ୍ର ଓଡ଼ିଶାରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ହସ୍ତଶିଳ୍ପ ଏବଂ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ପ୍ରଦର୍ଶନ ଏବଂ ବିକ୍ରୟ କରାଯାଏ । ଏହି ପ୍ଲାଟଫର୍ମ ମାଧ୍ୟମରେ କ୍ରୟ କରିବା ଦ୍ଵାରା ରାଜ୍ୟର ମହିଳା କାରିଗର, ଚାଷୀ ଏବଂ ଉଦ୍ୟୋଗୀମାନଙ୍କ ଜୀବନଜୀବିକାକୁ ସିଧାସଳଖ ସହଯୋଗ ଯୋଗାଇଥାଏ ।
ସୁଭଦ୍ରା ଶକ୍ତି ବଜାରରେ ଉପଲବ୍ଧ ସମସ୍ତ ସାମଗ୍ରୀ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନରେ କାର୍ଯ୍ୟରତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହେବା ସହ ବିକ୍ରି କରାଯାଏ । ଏଥିରେ ଓଡ଼ିଶାରେ କୃଷି, ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ହସ୍ତଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତ ଥିବା ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ଆଦିବାସୀ ସମ୍ପ୍ରଦାୟର ଦଶରୁ ପନ୍ଦର ମହିଳାଙ୍କ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଏବଂ ଉତ୍ପାଦିତ ସାମଗ୍ରୀ ଉପଲବ୍ଧ ।
ହଁ । ସୁଭଦ୍ରା ଶକ୍ତି ବଜାର ହେଉଛି ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ଏକ ପ୍ରୟାସ। ଏହା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଏକ ବିଶ୍ୱସନୀୟ, ସ୍ଥାୟୀ ଏବଂ ସୁଲଭ ଡିଜିଟାଲ୍ ବଜାର ଯୋଗାଇ ଦେବାର ଲକ୍ଷ୍ୟ ନେଇ ନିର୍ମାଣ କରାଯାଇଛି । ଏହା ସେମାନଙ୍କର ଉତ୍ପାଦଗୁଡ଼ିକ କୌଣସି ମଧ୍ୟସ୍ଥି ବିନା ସମଗ୍ର ଭାରତର ଗ୍ରାହକଙ୍କ ନିକଟରେ ପହଞ୍ଚିବା ନେଇ ସୁନିଶ୍ଚିତ କରେ ।
ସୁଭଦ୍ରା ଶକ୍ତି ବଜାରରେ ପ୍ରତ୍ୟେକ ବିକ୍ରିବଟାର ଅର୍ଥ ସିଧାସଳଖ ଏହିସବୁ ସାମଗ୍ରୀକୁ ପ୍ରସ୍ତୁତ କରିଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ନିକଟକୁ ଯାଇଥାଏ। ଏଠାରେ ଉପଲବ୍ଧ ସାମଗ୍ରୀକୁ କ୍ରୟ କରିବା ପାଇଁ ଚୟନ କରି ଆପଣ କେବଳ କ୍ରୟ କରୁନାହାଁନ୍ତି, ଆପଣ ଜଣେ ମହିଳାଙ୍କୁ ଆର୍ଥିକସ୍ତରରେ ସଶକ୍ତ କରିବା ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଓ କାରିଗରୀ ପରମ୍ପରାର ସଂରକ୍ଷଣ ପାଇଁ ବିନିଯୋଗ କରୁଛନ୍ତି।
ସୁଭଦ୍ରା ଶକ୍ତି ବଜାର ମିଶନ ଶକ୍ତି ଅନୁଷ୍ଠାନଗୁଡ଼ିକ ସହିତ ସମ୍ପୂର୍ଣ୍ଣ ଭାବରେ କାମ କରେ, ଯେଉଁଥିରେ କ୍ଲଷ୍ଟରସ୍ତରୀୟ ଫୋରମ୍ (CLF), ଗ୍ରାମପଞ୍ଚାୟତସ୍ତରୀୟ ଫେଡେରେସନ୍ (GPLF), ଆଞ୍ଚଳିକସ୍ତରୀୟ ଫେଡେରେସନ୍ (ALF), ବ୍ଲକସ୍ତରୀୟ ଫେଡେରେସନ୍ (BLF) ଏବଂ ଜିଲ୍ଲାସ୍ତରୀୟ ଫେଡେରେସନ୍ (DLF) ଅନ୍ତର୍ଭୁକ୍ତ । ମିଳିତ ଭାବେ ଭାରତର ଏହା ସର୍ବବୃହତ ମହିଳା ପ୍ରତିନିଧିତ୍ୱାଧିନ ସଂସ୍ଥାଗତ ନେଟୱର୍କ୍ ମଧ୍ୟରୁ ଗୋଟିଏ ହେବ ।
ସାରା ଓଡ଼ିଶାରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ସିଧାସଳଖ ଏବଂ ସ୍ଥାୟୀ ବଜାର ସଂଯୋଗ ସୃଷ୍ଟି କରିବା ପାଇଁ ଏହି ବଜାର ସ୍ଥାପନ କରାଯାଇଥିଲା, ମଧ୍ୟସ୍ଥିମାନଙ୍କୁ ଦୂର କରି ମହିଳାମାନଙ୍କ ଦ୍ଵାରା ଉତ୍ପାଦିତ ସାମଗ୍ରୀର ଉଚିତ୍ ଏବଂ ପ୍ରତିଯୋଗିତାମୂଳକ ମୂଲ୍ୟ ସୁନିଶ୍ଚିତ କରିବା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଏବଂ ସେମାନଙ୍କୁ ଆର୍ଥିକସ୍ତରରେ ସଶକ୍ତ କରିବା ହେଉଛି ଏହାର ଉଦ୍ଦେଶ୍ୟ ।
ଯଦିଓ ଆପଣ ଆକାଉଣ୍ଟ ବିନା ମୁକ୍ତ ଭାବରେ ପ୍ଲାଟଫର୍ମକୁ ଚଳାଇପାରିବେ । କିନ୍ତୁ ଅର୍ଡର କରିବା ସମୟରେ ଆପଣଙ୍କୁ ଏକ ନିଃଶୁଳ୍କ ଆକାଉଣ୍ଟ ତିଆରି କରିବାକୁ ପଡିବ । ଏହା ଆପଣଙ୍କୁ ଆପଣଙ୍କର ଅର୍ଡରଗୁଡ଼ିକୁ ଟ୍ରାକ୍ କରିବାକୁ, ଆପଣଙ୍କର ଠିକଣାକୁ ସେଭ କରିବାକୁ ଏବଂ ଆପଣଙ୍କର କ୍ରୟ ସମ୍ପର୍କିତ ତଥ୍ୟର ଏକ ରେକର୍ଡ ବଜାୟ ରଖିବାକୁ ଅନୁମତି ଦିଏ।
ସୁଭଦ୍ରା ଶକ୍ତି ବଜାରରେ ଅର୍ଡର କରିବା ସହଜ। ଆମର ଉତ୍ପାଦ ବର୍ଗଗୁଡ଼ିକୁ ଦେଖନ୍ତୁ, ଆପଣ କିଣିବାକୁ ଚାହୁଁଥିବା ସାମଗ୍ରୀକୁ ଚୟନ କରନ୍ତୁ ଏବଂ ତାହାକୁ ଆପଣଙ୍କ କାର୍ଟରେ ରଖନ୍ତୁ । ଚେକଆଉଟ୍ ପାଇଁ ଆଗକୁ ବଢ଼ନ୍ତୁ। କିଛି ସହଜ ସୋପାନରେ ଆପଣଙ୍କ ବିତରଣ ବିବରଣୀ ପ୍ରଦାନ କରିବେ ଏବଂ ସାମଗ୍ରୀର ମୂଲ୍ୟ ପୈଠ କରିବା ପାଇଁ ଆପଣଙ୍କୁ ମାର୍ଗଦର୍ଶନ କରାଯିବ।
ହଁ, ନିଶ୍ଚିତ। ସୁଭଦ୍ରା ଶକ୍ତି ବଜାର ଏକାଧିକ ଅର୍ଡର ଏବଂ କର୍ପୋରେଟ୍ ଉପହାର ସମ୍ବନ୍ଧୀୟ ପ୍ରଶ୍ନକୁ ସ୍ୱାଗତ କରେ। ଆମର ଉତ୍ପାଦଗୁଡ଼ିକ ମଧ୍ୟରେ ଉପହାର ଦେବା ପାଇଁ ଜୈବିକ ଖାଦ୍ୟ ସାମଗ୍ରୀ, ହସ୍ତତନ୍ତଠାରୁ ଆରମ୍ଭ କରି ହସ୍ତଶିଳ୍ପ ଓ ପରିବେଶ ଅନୁକୂଳ ସାମଗ୍ରୀ ଉପଲବ୍ଧ । ଦୟାକରି ଆମକୁ (ଇମେଲ୍ ****) ମାଧ୍ୟମରେ ଯୋଗାଯୋଗ କରନ୍ତୁ କିମ୍ବା ଏକାଧିକ ଅର୍ଡର ସହାୟତା ପାଇଁ ଆମର ହେଲ୍ପଲାଇନ୍ ନମ୍ବରରେ କଲ୍ କରନ୍ତୁ।
ଅର୍ଡର ଦେବାର ୨୪ ଘଣ୍ଟା ମଧ୍ୟରେ ବାତିଲ କରାଯାଇପାରେ, ଯଦି ସେଗୁଡ଼ିକୁ ପଠାଯାଇ ନଥିବ । ବାତିଲ କରିବା ପାଇଁ, ଦୟାକରି ଆପଣଙ୍କ ଆକାଉଣ୍ଟରେ ଲଗ୍ ଇନ୍ କରନ୍ତୁ ଏବଂ ଏକ ବାତିଲକରଣ ଅନୁରୋଧ କରନ୍ତୁ, କିମ୍ବା ଆମର ଗ୍ରାହକ ସହାୟତା ଟିମ୍ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ। ଅର୍ଡର ପଠାଯିବା ପରେ, ବାତିଲକରଣ ସମ୍ଭବ ହେବ ନାହିଁ ଏବଂ ଏହା ବଦଳରେ ଫେରସ୍ତ ନିୟମ ଲାଗୁ ହେବ।
ସୁଭଦ୍ରା ଶକ୍ତି ବଜାର ବର୍ତ୍ତମାନ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଡେଲିଭରୀ କରେ। ଆମେ ବର୍ତ୍ତମାନ ଅନ୍ତର୍ଜାତୀୟ ପରିବହନ ପ୍ରଦାନ କରୁନାହୁଁ। ଆମେ ଆମର ପହଞ୍ଚକୁ ବିସ୍ତାର କରିବା ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖିଛୁ ଓ ଅନ୍ତର୍ଜାତୀୟ ଡେଲିଭରୀ ଉପଲବ୍ଧ ହେଲେ ଆମର ଗ୍ରାହକମାନଙ୍କୁ ସୂଚିତ କରିବୁ।
ଡେଲିଭରି ସମୟସୀମା ଆପଣଙ୍କ ସ୍ଥାନ ଏବଂ ଅର୍ଡର କରାଯାଇଥିବା ଉତ୍ପାଦ ଉପରେ ନିର୍ଭର କରେ। ଏକ ସାଧାରଣ ନିର୍ଦ୍ଦେଶାବଳୀ ଭାବରେ:
ଯଦି ପରିବହନ ଶୁଳ୍କ ଲାଗୁ ହୋଇଥାଏ, ତେବେ ବିତରଣ ଠିକଣା ଏବଂ ଅର୍ଡର ଓଜନକୁ ଆଧାର କରି ଚେକଆଉଟ୍ ସମୟରେ ଗଣନା କରାଯାଏ। ଏକ ନିର୍ଦ୍ଦିଷ୍ଟ ମୂଲ୍ୟରୁ ଅଧିକ ଅର୍ଡରଗୁଡ଼ିକରେ ନିଃଶୁଳ୍କରେ ପରିବହନ ପାଇଁ ଯୋଗ୍ୟ ହୋଇପାରେ। ପ୍ରଯୁଜ୍ୟ ପରିବହନ ସୂଚନା ପାଇଁ ଦୟାକରି ଉତ୍ପାଦ ପୃଷ୍ଠା କିମ୍ବା ଆପଣଙ୍କର କାର୍ଟ ସାରାଂଶ ଯାଞ୍ଚ କରନ୍ତୁ।
ଆପଣଙ୍କ ଅର୍ଡର ପଠାଯିବା ପରେ, ଆପଣଙ୍କୁ ଏକ ଟ୍ରାକିଂ ନମ୍ବର ଏବଂ ପ୍ରକୃତ ସମୟରେ ଆପଣଙ୍କ ପଠାଣକୁ ନିରୀକ୍ଷଣ କରିବା ପାଇଁ ଏକ ଲିଙ୍କ ସହିତ ଏକ ନିଶ୍ଚିତକରଣ ବାର୍ତ୍ତା ପାଇବେ। ଆପଣ ସୁଭଦ୍ରା ଶକ୍ତି ବଜାର ପ୍ଲାଟଫର୍ମରେ ଆପଣଙ୍କ ଆକାଉଣ୍ଟରେ ଲଗ୍ ଇନ୍ କରି ମଧ୍ୟ ଆପଣଙ୍କ ଅର୍ଡରକୁ ଟ୍ରାକ୍ କରିପାରିବେ।
ହଁ। ସୁଭଦ୍ରା ଶକ୍ତିରେ ତାଲିକାଭୁକ୍ତ ପ୍ରତ୍ୟେକ ଉତ୍ପାଦ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ । ପ୍ରତ୍ୟେକ ସାମଗ୍ରୀ ଅସଲି କାରିଗରୀ, ସ୍ଥାନୀୟ କଞ୍ଚାମାଲ ଏବଂ ପିଢ଼ି ପରେ ପିଢ଼ି ଚାଲି ଆସୁଥିବା ପାରମ୍ପରିକ ଜ୍ଞାନର ପ୍ରତିଫଳନ ରହିଛି । ଆମେ ବହୁଳ ଭାବରେ ନିର୍ମିତ କିମ୍ବା ତୃତୀୟ-ପକ୍ଷ ବାଣିଜ୍ୟିକ ଉତ୍ପାଦଗୁଡ଼ିକୁ ତାଲିକାଭୁକ୍ତ କରୁନାହୁଁ।
ସୁଭଦ୍ରା ଶକ୍ତି ବଜାରରେ ଉପଲବ୍ଧ ସମସ୍ତ ଖାଦ୍ୟ ସାମଗ୍ରୀଗୁଡିକ ତାଲିମପ୍ରାପ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ସ୍ଵଚ୍ଛତାର ସହିତ ଉତ୍ପାଦିତ ହୋଇଥାଏ ଏବଂ ଲାଗୁ ହୋଇଥିବା ଖାଦ୍ୟ ସୁରକ୍ଷା ମାନଦଣ୍ଡ ପାଳନ କରାଯାଇଥାଏ । FSSAI ପଞ୍ଜିକରଣ ଭଳି ପ୍ରମାଣପତ୍ର ବହନ କରୁଥିବା ଉତ୍ପାଦଗୁଡ଼ିକର ଲାଇସେନ୍ସ ବିବରଣୀ ଉତ୍ପାଦ ପୃଷ୍ଠାରେ ଉଲ୍ଲେଖ ରହିଛି । ଖାଦ୍ୟ ସାମଗ୍ରୀ ଏବଂ ସଂରକ୍ଷଣ ସମ୍ବନ୍ଧୀୟ ସୂଚନା ପାଇଁ ଆପଣ ଉତ୍ପାଦ ବିବରଣକୁ ଭଲଭାବେ ପଢନ୍ତୁ ।
ସୁଭଦ୍ରା ଶକ୍ତି ବିଭିନ୍ନ ପ୍ରକାରର ଏବଂ ବର୍ଦ୍ଧିତ ଉତ୍ପାଦ ପ୍ରଦାନ କରେ,ଏଥିରେ ନିମ୍ନଲିଖିତ ସାମଗ୍ରୀ ଅନ୍ତର୍ଭୁକ୍ତ:
ଯେପରି ଅଧିକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପ୍ଲାଟଫର୍ମରେ ଯୋଡି ହୁଅନ୍ତି, ସେହିପରି ନିୟମିତ ଭାବରେ ନୂତନ ଉତ୍ପାଦ ସାମିଲ ହେଉଛି।
ବଜାର ଦୁଇଟି ପ୍ରମୁଖ ବର୍ଗରେ ସମୃଦ୍ଧ ଏବଂ ବିବିଧ ଉତ୍ପାଦ ଉପଲବ୍ଧ ରହିଛି । କୃଷି ଏବଂ ବନ୍ୟଜାତ ଦ୍ରବ୍ୟରେ ହାତ କୁଟା ନାଲି ଚାଉଳ, ଜଙ୍ଗଲୀ ମହୁ, ମାଣ୍ଡିଆ ଏବଂ ପାରମ୍ପରିକ ଆଚାର ଭଳି ଖାଦ୍ୟ ସାମଗ୍ରୀ ସାମିଲ ଅଛି । ଅଣ-କୃଷି କାରିଗର ଉତ୍ପାଦରେ ମୟୂରଭଞ୍ଜର ସବାଇ ଘାସ କାରିଗରୀ, କେନ୍ଦ୍ରାପଡ଼ାର କାଇଁଚ ସାମଗ୍ରୀ, କେନ୍ଦୁଝରର ଫୁଲ ବଡି ଏବଂ ପଟ୍ଟଚିତ୍ର ଚିତ୍ରକଳା ରହିଛି - ପ୍ରତ୍ୟେକଟିରେ ଓଡ଼ିଶାର ଜୀବନ୍ତ ସାଂସ୍କୃତିକ ଐତିହ୍ୟ ପ୍ରତିଫଳିତ ।
ସରକାରୀ ଅନଲାଇନ୍ ପ୍ଲାଟଫର୍ମ www.subhadrasaktibazaar.com ମାଧ୍ୟମରେ ଉତ୍ପାଦଗୁଡ଼ିକ କ୍ରୟ ପାଇଁ ଉପଲବ୍ଧ ରହିଛି । ଭୁବନେଶ୍ୱରସ୍ଥିତ ମୁଖ୍ୟ ବଜାରରେ ମଧ୍ୟ ସାମଗ୍ରୀ ଉପଲବ୍ଧ ରହିଛି, ଏହା ସହିତ ସାରା ରାଜ୍ୟରେ ଆହୁରି ଷ୍ଟୋରର ବ୍ୟବସ୍ଥା ହେଉଅଛି ।
ଏହି ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ସମଗ୍ର ଭାରତକୁ ସାମଗ୍ରୀ ଡେଲିଭରୀ କରାଯାଏ । ଯାହାଦ୍ଵାରା ସାରା ଦେଶର ଗ୍ରାହକମାନେ ଓଡ଼ିଶାର ପରମ୍ପରା ଓ ଐତିହ୍ୟ ସହିତ ଜଡ଼ିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀକୁ ସିଧାସଳଖ କ୍ରୟ କରିପାରିବେ । ରାଜ୍ୟବ୍ୟାପୀ ସ୍ଥାନୀୟ କାରିଗରମାନଙ୍କ ପାଇଁ ବଜାର ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟରେ ବର୍ତ୍ତମାନ ଓଡ଼ିଶାର ପ୍ରମୁଖ ସ୍ଥାନଗୁଡ଼ିକରେ ବଜାରର ଆଉଟଲେଟ୍ ସ୍ଥାପନ କରାଯାଉଅଛି।
ସୁଭଦ୍ରା ଶକ୍ତି ବଜାର ବିଭିନ୍ନ ପ୍ରକାରର ସୁରକ୍ଷିତ ପେମେଣ୍ଟ ବିକଳ୍ପ ଗ୍ରହଣ କରେ, ଯେଉଁଥିରେ ଅନ୍ତର୍ଭୁକ୍ତ:
ସମସ୍ତ ଅନଲାଇନ୍ କାରବାର ଏକ ସୁରକ୍ଷିତ ଏବଂ ଏନକ୍ରିପ୍ଟେଡ୍ ପେମେଣ୍ଟ ଗେଟୱେ ମାଧ୍ୟମରେ କରାଯାଏ।
ହଁ । ସୁଭଦ୍ରା ଶକ୍ତି ବଜାର ଆପଣଙ୍କର ଆର୍ଥିକ ସୂଚନା ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ଶିଳ୍ପ-ମାନକ ଏସଏସଏଲ ଏନକ୍ରିପ୍ସନ ଏବଂ ଏକ ବିଶ୍ୱସ୍ତ ପେମେଣ୍ଟ ଗେଟୱେ ବ୍ୟବହାର କରେ । ଆମେ ଆମର ସର୍ଭରରେ ଆପଣଙ୍କର କାର୍ଡ କିମ୍ବା ବ୍ୟାଙ୍କିଂ ବିବରଣୀ ସଂରକ୍ଷଣ କରୁନାହୁଁ ।
ଫେରସ୍ତ କିମ୍ବା ବାତିଲକରଣ ପରେ ପୈଠ ଟଙ୍କା ଫେରସ୍ତ ଅନୁମୋଦନ ହେବା ପରେ, ଆପଣଙ୍କ ବ୍ୟାଙ୍କର ପ୍ରୋସେସିଂ ସମୟସୀମା ଉପରେ ନିର୍ଭର କରି ୭-୧୦ ବ୍ୟବସାୟିକ ଦିନ ମଧ୍ୟରେ ଆପଣଙ୍କ ମୂଳ ପେମେଣ୍ଟ ପଦ୍ଧତିରେ ଟଙ୍କା ଫେରସ୍ତ ହୋଇଯିବ। ରିଫଣ୍ଡ ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟରେ ଆପଣଙ୍କୁ ଇମେଲ୍ କିମ୍ବା ଏସ୍ଏମ୍ଏସ୍ ଦ୍ୱାରା ସୂଚିତ କରାଯିବ।
ଆମେ ଚାହୁଁଛୁ ଯେ ଆପଣ ଆପଣଙ୍କର କ୍ରୟରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୁଅନ୍ତୁ। ଯଦି ଆପଣ ଏପରି ଏକ ଉତ୍ପାଦ ପାଆନ୍ତି ଯାହା କ୍ଷତିଗ୍ରସ୍ତ, ତ୍ରୁଟିପୂର୍ଣ୍ଣ କିମ୍ବା ବର୍ଣ୍ଣନା କରାଯାଇଥିବା ଠାରୁ ସମ୍ପୂର୍ଣ୍ଣ ଭିନ୍ନ, ତେବେ ଆପଣ ଡେଲିଭରିର ୭ଦିନ ମଧ୍ୟରେ ଏକ ଫେରସ୍ତ ଅନୁରୋଧ କରିପାରିବେ। ଦୟାକରି ନିଶ୍ଚିତ କରନ୍ତୁ ଯେ ଜିନିଷଟି ବ୍ୟବହାର ହୋଇ ନଥିବ, ଏହାର ମୂଳ ପ୍ୟାକେଜିଂ ରହିଥିବ ଓ ଫେରସ୍ତ ଆରମ୍ଭ କରିବା ସମୟରେ କ୍ରୟର ପ୍ରମାଣ ରହିଥିବା ଆବଶ୍ୟକ ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ ଯଦି ଶୀଘ୍ର ଖରାପ ହୋଇଯାଉଥିବା ଖାଦ୍ୟ ସାମଗ୍ରୀ ଓ ବ୍ୟକ୍ତିଗତ କିମ୍ବା ସ୍ଵତନ୍ତ୍ର ଭାବେ ଅର୍ଡର ଦିଆଯାଉଥିବା ଉତ୍ପାଦଗୁଡ଼ିକ ଖରାପ ଅବସ୍ଥାରେ ନ ଆସି ଥାଏ, ତେବେ ସେଗୁଡିକ ଫେରସ୍ତ ପାଇଁ ଯୋଗ୍ୟ ନୁହେଁ ।
ଏକ ଫେରସ୍ତ କିମ୍ବା ଅଦଳବଦଳ ଅନୁରୋଧ ଦାଖଲ କରିବାକୁ, ଦୟାକରି ଆପଣଙ୍କ ଆକାଉଣ୍ଟରେ ଲଗ୍ ଇନ୍ କରନ୍ତୁ । ଆପଣଙ୍କ ଅର୍ଡର ହିଷ୍ଟୋରୀକୁ ଯାଆନ୍ତୁ ଏବଂ ପ୍ରାସଙ୍ଗିକ ଅର୍ଡର ଚୟନ କରନ୍ତୁ। 'ଫେରସ୍ତ ଅନୁରୋଧ' ଉପରେ କ୍ଲିକ୍ କରନ୍ତୁ ଏବଂ ସମସ୍ୟାର ଫଟୋଗ୍ରାଫ୍ ସହିତ ଏକ ସଂକ୍ଷିପ୍ତ ବର୍ଣ୍ଣନା ପ୍ରଦାନ କରନ୍ତୁ। ଆମର ଗ୍ରାହକ ସହାୟତା ଦଳ ଆପଣଙ୍କ ଅନୁରୋଧ ସମୀକ୍ଷା କରିବେ ଏବଂ ପରବର୍ତ୍ତୀ ପଦକ୍ଷେପ ସହିତ ୪୮ ବ୍ୟବସାୟିକ ଘଣ୍ଟା ମଧ୍ୟରେ ଉତ୍ତର ଦେବେ।
ଅଧିକ ସହାୟତା ପାଇଁ, ଆପଣ ଆମ ସହିତ (ଇମେଲ୍) କିମ୍ବା ଆମର ହେଲ୍ପଲାଇନ୍ ନମ୍ବର (XXXXX XXXXX) ରେ ମଧ୍ୟ ଯୋଗାଯୋଗ କରିପାରିବେ।