Your Store

ଫେରସ୍ତ ନିୟମାବଳୀ

ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ନିର୍ମିତ ହସ୍ତଶିଳ୍ପ ଉତ୍ପାଦଗୁଡ଼ିକୁ ସମର୍ଥନ କରିବା ସହିତ ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ଫେରସ୍ତ ଅନୁଭୂତି ସୁନିଶ୍ଚିତ କରିବାକୁ ଆମେ ଲକ୍ଷ୍ୟ ରଖିଅଛୁ।

ସୁଭଦ୍ରା ଶକ୍ତି ବଜାରରେ, ଆମେ ସାରା ଓଡ଼ିଶାର ମହିଳା ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଉତ୍ପାଦ ପ୍ରଦାନ କରିବାରେ ଗର୍ବ ଅନୁଭବ କରୁଅଛୁ । ଏହି ଉତ୍ପାଦ କାରିଗରୀଗୁଡ଼ିକର ନିଜସ୍ୱ ସ୍ୱତନ୍ତ୍ରତା ଓ ବିଶିଷ୍ଠତା ରହିଛି । ଆମର ଫେରସ୍ତ ନିୟମାବଳୀ ହସ୍ତଶିଳ୍ପ କାରିଗରୀ ପ୍ରତି ସମ୍ମାନ ବଜାୟ ରଖିବା ସହ ନିରପେକ୍ଷେତାକୁ ସୁନିଶ୍ଚିତ କରେ।

ଫେରସ୍ତ ପାଇଁ ଯୋଗ୍ୟତା

ନିମ୍ନଲିଖିତ ସର୍ତ୍ତାବଳୀ ଅନୁଯାୟୀ ଫେରସ୍ତ ଗ୍ରହଣ କରାଯାଇପାରେ:

  • ପ୍ରାପ୍ତ ଉତ୍ପାଦ କ୍ଷତିଗ୍ରସ୍ତ କିମ୍ବା ତ୍ରୁଟିପୂର୍ଣ୍ଣ
  • ଭୁଲ ଉତ୍ପାଦ ଡେଲିଭରି
  • ଉତ୍ପାଦ ସମ୍ପର୍କିତ ତଥ୍ୟଠାରୁ ଯଥେଷ୍ଟ ଭିନ୍ନ

ଡେଲିଭରିର ୩ଦିନ ମଧ୍ୟରେ ଫେରସ୍ତ ଅନୁରୋଧ କରିବା ଆବଶ୍ୟକ।

ଫେରସ୍ତଯୋଗ୍ୟ ହୋଇନଥିବା ସାମଗ୍ରୀ

ଉତ୍ପାଦଗୁଡ଼ିକ ହସ୍ତଶିଳ୍ପ ହୋଇଥିବାରୁ ନିମ୍ନଲିଖିତଗୁଡ଼ିକୁ ତ୍ରୁଟି ଭାବରେ ବିବେଚନା କରାଯାଏ ନାହିଁ:

  • ରଙ୍ଗ, ଗଠନ କିମ୍ବା ଡିଜାଇନରେ ସାମାନ୍ୟ ପରିବର୍ତ୍ତନ
  • ହାତ ତିଆରି ସତ୍ୟତାକୁ ପ୍ରତିଫଳିତ କରୁଥିବା ସାମାନ୍ୟ ଅନିୟମିତତା
  • ଅପବ୍ୟବହାର ଯୋଗୁଁ କ୍ଷତିଗ୍ରସ୍ତ ଉତ୍ପାଦଗୁଡ଼ିକ

ଫେରସ୍ତ ପ୍ରକ୍ରିୟା

ଫେରସ୍ତ ପାଇଁ ଅନୁରୋଧ କରିବା ନିମନ୍ତେ:

  • ଅର୍ଡର ବିବରଣୀ ସହିତ ଗ୍ରାହକ ସେବା ସହିତ ଯୋଗାଯୋଗ କରନ୍ତୁ
  • ସାମଗ୍ରୀର ଏପରି ଫଟୋ ଦିଅନ୍ତୁ, ଯେଉଁଥିରେ ସମସ୍ୟା ସ୍ପଷ୍ଟ ଭାବରେ ଦେଖାଉଥିବ
  • ଆମର ଟିମ୍ ଏହାକୁ ସମୀକ୍ଷା ଏବଂ ଯୋଗ୍ୟତାକୁ ସୁନିଶ୍ଚିତ କରିବେ

ପୈଠ ଫେରସ୍ତ ପ୍ରକ୍ରିୟା

ଫେରସ୍ତ ଉତ୍ପାଦ ଗ୍ରହଣ ଏବଂ ଯାଞ୍ଚ କରାଯିବା ପରେ, ଯୋଗ୍ୟ ପୈଠ ଫେରସ୍ତ ୭-୧୦ ବ୍ୟବସାୟିକ ଦିନ ମଧ୍ୟରେ ପ୍ରୋସେସ୍ କରାଯିବ। କ୍ରୟ ସମୟରେ ବ୍ୟବହୃତ ମୂଳ ପୈଠ ପଦ୍ଧତିରେ ଫେରସ୍ତ ଟଙ୍କା ଜମା କରାଯିବ।

ବଦଳ

ଯେତେବେଳେ ସମ୍ଭବ, ଆମେ ପୈଠ ଟଙ୍କା ଫେରସ୍ତ ପରିବର୍ତ୍ତେ ଏକ ଅଦଳବଦଳର ବିକଳ୍ପ ପ୍ରଦାନ କରିପାରିବା। ଅଦଳବଦଳର ଉପଲବ୍ଧତା ଷ୍ଟକ୍ ଏବଂ ଉତ୍ପାଦର ପ୍ରକାରଭେଦ ଉପରେ ନିର୍ଭର କରିଥାଏ।

ଫେରସ୍ତ ପାଇଁ ସିପିଂ ଶୁଳ୍କ

ଯଦି କ୍ଷତି, ତ୍ରୁଟି କିମ୍ବା ଭୁଲ ଉତ୍ପାଦ ଯୋଗୁଁ ଫେରସ୍ତ ଅନୁମୋଦନ କରାଯାଏ, ତେବେ ସୁଭଦ୍ରା ଶକ୍ତି ବଜାର ପକ୍ଷରୁ ଫେରସ୍ତ ସିପିଂ ଶୁଳ୍କ ବହନ କରାଯିବ।

ଅନ୍ୟାନ୍ୟ କ୍ଷେତ୍ରରେ, ଫେରସ୍ତ ସିପିଂ ଖର୍ଚ୍ଚ ଗ୍ରାହକଙ୍କ ଦ୍ଵାରା ହୋଇପାରେ।

ଫେରସ୍ତ ପାଇଁ ଯୋଗାଯୋଗ କରନ୍ତୁ

ଫେରସ୍ତ ସମ୍ବନ୍ଧୀୟ ଯେକୌଣସି ସହାୟତା ପାଇଁ, ଦୟାକରି ଆମର ଗ୍ରାହକ ସେବା ଟିମ୍ ସହିତ ଯୋଗାଯୋଗ କରନ୍ତୁ।

ସୁଭଦ୍ରା ଶକ୍ତି ବଜାର
ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାର
ଇମେଲ୍: support@subhadrasakti.in
ଫୋନ୍: ୧୨୩୪୫ ୬୭୮୯୦

ସାରା ଓଡ଼ିଶାରେ କୁଶଳୀ ମହିଳା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଉତ୍ପାଦ ପାଇଁ ଆପଣଙ୍କ ବୁଝାମଣା ଏବଂ ସମର୍ଥନକୁ ଆମେ ପ୍ରଶଂସା କରୁଅଛୁ।